Saturday 9 June 2018

ଆତ୍ମହତ୍ୟା

Pic by google.com



ବଞ୍ଚିବାର କଷ୍ଟ ମରଣ କୁ ଟପି ସାରିଥିଲା।ସେଦିନ ସେ ସହି ପାରିଲାନି ବୋଧହୁଏ।ହୁଏତ ସେ ବି କାନ୍ଦିଥିବ।ବଞ୍ଚିବାର କାରଣ ଖୋଜିଥିବ।କିନ୍ତୁ ପାଇଥିବ କି ନାଁ କିଏ ଜଣେ? କି ମରିବାର କାରଣ ଟା ବଞ୍ଚିବାର କାରଣ ଅପେକ୍ଷା ତାକୁ ବେଶି ବଡ଼ ଲାଗୁଥିବ।ଦୁନିଆ ତାକୁ ଭୀରୁ କହିଲା। ପରିସ୍ଥିତିକୁ ସାମ୍ନା କରିବାର ସାହସ ନାହିଁ ବୋଲି କହିଲା। କିନ୍ତୁ ସେ ଡରୁଆ ନଥିଲା ।ନିଜକୁ ମାରିବା ସହଜ ନୁହେଁ।ବହୁତ ସାହସ ଦରକାର ନିଜ ନିଶ୍ୱାସ ନିଜେ ବନ୍ଦ କରିବା ପାଇଁ। ହଁ ସେ ନିଜ ସାହାସର ଉଚିତ ବ୍ୟବହାର କରି ପାରିଲା ନାହିଁ ବୋଧେ।


No comments:

Post a Comment

Add comments here.........