Friday, 8 June 2018

ସୈତାନ୍ ର ଦୁଃଖ

Author: ସ୍ତୁତିରେଖା ମିଶ୍ର

                            **

ପୌରୁଷର ଅଦମ୍ୟ ପ୍ରହେଳିକା କୁ ଚରିତାର୍ଥ କରି ,ତ୍ରସ୍ତ ହରିଣୀର ଚିତ୍କାରକୁ ଉପଭୋଗ କରି, ରାକ୍ଷସର ଶେଷ ସୀମାରେ ବିଚରଣ କରି ଏକ ପାଶବିକ ତୃପ୍ତି ନେଇ ଘରକୁ ଫେରୁଥିଲା ସେ। କିନ୍ତୁ  ଏ କଣ ? ଏ କି ଅଘଟଣ ? ପାଦ ତଳୁ ମାଟି ଖସି ଯାଇଥିଲା ତାର ଅନେକ ତଳକୁ ନିଜ ଏକମାତ୍ର ଅଲିଅଳୀର ସେହି ସମାନ ଅବସ୍ଥା ଦେଖି .।।।

                           **

ଅନ୍ଧାର ଭିତରେ ଘର ମୁଁହା ଦୌଡୁଥିଲା ନିରୀହ ଛାଇଟିଏ। ତାକୁ ପିଛା କରୁଥିଲା ୬ଟି ଲୋଲୁପ ଆଖି , ଉଦ୍ଧତ ପାଦ ଓ ହାତ। ଯେତେ ଚେଷ୍ଟା କଲେ ମଧ୍ୟ୍ୟ ସୁରକ୍ଷା ବଳୟ କୁ ଛୁଇଁ ପାରୁନଥିଲା ଛାଇଟି। କ୍ରମେ ପାଦ ଗୁଡିକ ନିକଟତର ହେଉଥିଲା। ଆରେ ଏ କଣ କିଏ ଜଣେ ଭିଡି ଧରିଲା ଛାଇଟିକୁ କିଏ ଜଣେ ମାଡି ବସିଲା ।ଖୁବ ଜୋରେ କଥା ହେଉଥିଲେ ତିନିଟି ପାଟି ସଫଳତାର ଅସୀମ ଆନନ୍ଦ ରେ ।ଛିନ୍ନ ଭିନ୍ନ କରି ଚାଲିଲେ ଛାଇ ଟିର ଗାରିମା କୁ। ଛାଇ ଟିର ଚିତ୍କାର ସଙ୍ଗୀତର ମୂର୍ଚ୍ଛନା ପରି ଅନନ୍ଦଦାୟୀ ପ୍ରତୀତ ହେଉଥିଲା ୬ଟି କାନ କୁ। ହେଲେ ଗଗନ ସହି ପାରିଲାନି ।ତୀବ୍ର ଗର୍ଜନ ଦେଲା ।ତଡିତ ର ତୀକ୍ଷ୍ଣ ଛିଟା ରେ ଦିଶି ଯାଇଥିଲା ଛାଇଟିର ମୁଂହ ।ତାକୁ ମାଡି ବସିଥିବା ହାତ ଦୁଇଟି ଥର ଥର କମ୍ପି ଉଠିଲା ଆଖି ୨ ଟି ବନ୍ଦ ହୋଇଗଲା ପାଦ ୨ ଟି ଶିଥିଳ ପଡିଗଲା , ରାକ୍ଷୀ ବନ୍ଧା ହାତ ଟି ରକ୍ଷଣ ପରିବର୍ତ୍ତେ ଭକ୍ଷଣ କରିଥିବାର ଅପରାଧ ବୋଧ ରେ।

        

No comments:

Post a Comment

Add comments here.........

Popular Post