Saturday, 9 June 2018

ଆତ୍ମହତ୍ୟା

Pic by google.com



ବଞ୍ଚିବାର କଷ୍ଟ ମରଣ କୁ ଟପି ସାରିଥିଲା।ସେଦିନ ସେ ସହି ପାରିଲାନି ବୋଧହୁଏ।ହୁଏତ ସେ ବି କାନ୍ଦିଥିବ।ବଞ୍ଚିବାର କାରଣ ଖୋଜିଥିବ।କିନ୍ତୁ ପାଇଥିବ କି ନାଁ କିଏ ଜଣେ? କି ମରିବାର କାରଣ ଟା ବଞ୍ଚିବାର କାରଣ ଅପେକ୍ଷା ତାକୁ ବେଶି ବଡ଼ ଲାଗୁଥିବ।ଦୁନିଆ ତାକୁ ଭୀରୁ କହିଲା। ପରିସ୍ଥିତିକୁ ସାମ୍ନା କରିବାର ସାହସ ନାହିଁ ବୋଲି କହିଲା। କିନ୍ତୁ ସେ ଡରୁଆ ନଥିଲା ।ନିଜକୁ ମାରିବା ସହଜ ନୁହେଁ।ବହୁତ ସାହସ ଦରକାର ନିଜ ନିଶ୍ୱାସ ନିଜେ ବନ୍ଦ କରିବା ପାଇଁ। ହଁ ସେ ନିଜ ସାହାସର ଉଚିତ ବ୍ୟବହାର କରି ପାରିଲା ନାହିଁ ବୋଧେ।


Friday, 8 June 2018

ସୈତାନ୍ ର ଦୁଃଖ

Author: ସ୍ତୁତିରେଖା ମିଶ୍ର

                            **

ପୌରୁଷର ଅଦମ୍ୟ ପ୍ରହେଳିକା କୁ ଚରିତାର୍ଥ କରି ,ତ୍ରସ୍ତ ହରିଣୀର ଚିତ୍କାରକୁ ଉପଭୋଗ କରି, ରାକ୍ଷସର ଶେଷ ସୀମାରେ ବିଚରଣ କରି ଏକ ପାଶବିକ ତୃପ୍ତି ନେଇ ଘରକୁ ଫେରୁଥିଲା ସେ। କିନ୍ତୁ  ଏ କଣ ? ଏ କି ଅଘଟଣ ? ପାଦ ତଳୁ ମାଟି ଖସି ଯାଇଥିଲା ତାର ଅନେକ ତଳକୁ ନିଜ ଏକମାତ୍ର ଅଲିଅଳୀର ସେହି ସମାନ ଅବସ୍ଥା ଦେଖି .।।।

                           **

ଅନ୍ଧାର ଭିତରେ ଘର ମୁଁହା ଦୌଡୁଥିଲା ନିରୀହ ଛାଇଟିଏ। ତାକୁ ପିଛା କରୁଥିଲା ୬ଟି ଲୋଲୁପ ଆଖି , ଉଦ୍ଧତ ପାଦ ଓ ହାତ। ଯେତେ ଚେଷ୍ଟା କଲେ ମଧ୍ୟ୍ୟ ସୁରକ୍ଷା ବଳୟ କୁ ଛୁଇଁ ପାରୁନଥିଲା ଛାଇଟି। କ୍ରମେ ପାଦ ଗୁଡିକ ନିକଟତର ହେଉଥିଲା। ଆରେ ଏ କଣ କିଏ ଜଣେ ଭିଡି ଧରିଲା ଛାଇଟିକୁ କିଏ ଜଣେ ମାଡି ବସିଲା ।ଖୁବ ଜୋରେ କଥା ହେଉଥିଲେ ତିନିଟି ପାଟି ସଫଳତାର ଅସୀମ ଆନନ୍ଦ ରେ ।ଛିନ୍ନ ଭିନ୍ନ କରି ଚାଲିଲେ ଛାଇ ଟିର ଗାରିମା କୁ। ଛାଇ ଟିର ଚିତ୍କାର ସଙ୍ଗୀତର ମୂର୍ଚ୍ଛନା ପରି ଅନନ୍ଦଦାୟୀ ପ୍ରତୀତ ହେଉଥିଲା ୬ଟି କାନ କୁ। ହେଲେ ଗଗନ ସହି ପାରିଲାନି ।ତୀବ୍ର ଗର୍ଜନ ଦେଲା ।ତଡିତ ର ତୀକ୍ଷ୍ଣ ଛିଟା ରେ ଦିଶି ଯାଇଥିଲା ଛାଇଟିର ମୁଂହ ।ତାକୁ ମାଡି ବସିଥିବା ହାତ ଦୁଇଟି ଥର ଥର କମ୍ପି ଉଠିଲା ଆଖି ୨ ଟି ବନ୍ଦ ହୋଇଗଲା ପାଦ ୨ ଟି ଶିଥିଳ ପଡିଗଲା , ରାକ୍ଷୀ ବନ୍ଧା ହାତ ଟି ରକ୍ଷଣ ପରିବର୍ତ୍ତେ ଭକ୍ଷଣ କରିଥିବାର ଅପରାଧ ବୋଧ ରେ।

        

Thursday, 7 June 2018

ସମୟ

ସମୟ

smruti ranjan panigrahi

ସେଦିନ ଶ୍ରୀକୃଷ୍ଣ ଥିଲେ ପ୍ରଗଳ୍ଭ ସମୟ
ଅର୍ଜ୍ଜୁନ ବେଶରେ ଆମେ
ନଶ୍ୱର ଧରାର ଜୀବ;
ଜ୍ଞାନର ସ୍ୱରୂପ କଣ ଜଣା ପଡୁନାହିଁ
ଅନୁଭବ ହେଇପାରେ କିମ୍ବା ଆଉ କିଛି
ଅନୁଭୂତି ହୀନ ଆମେ ଲଭୁଛନ୍ତି କ୍ଷୟ...

ଜାତି ବିଚାର

ଜାତି ବିଚାର

smruti ranjan panigrahi

ରାମ କଣ ଆମର ହଜାରେ ବାରଶ ଖାଇଗଲେ 
ନା ହୁଜୁର,
ଆଉ ଆଲ୍ଲା?
ସେ ତ ନିଶ୍ଚଳ 
ତେବେ ଅପରାଧ କଣ ତାଙ୍କର-
କାହିଁକି ଭାଙ୍ଗିଲ ତାଙ୍କ ଘର 
ଦେଉଳିଆ କଲ ତାଙ୍କୁ ??
ଜବାବ ଦିଅ,
ଜବାବ ଆସିଲା ଇଏ ହିନ୍ଦୁ ଆଉ ସେ ମୁସଲମାନ 
ଭିନ୍ନ ଜାତି-
ଜମା ପଡୁନଥିଲା ସାର୍..........

Popular Post