Monday 11 June 2018

ଚୋର

ରାତ୍ରି ହେଲା କବାଟ ଖୋଲା
ଘରେ ପଶିଛି ଚୋର
ଚୋର ତ ନୁହେଁ ଭାବନା ସବୁ
ଭାବନା ନୁହେଁ କବିତା ମାଳ‍ା
କବିତା ମାଳା, ଗୋଲାପ ମାଳା
ମଲ୍ଲୀମାଳା ଧର.......
ଘରେ ପଶିଛି ଚୋର
କି ନେବ ସେ କି ନେବ ରେ
ପଚାରି ବୁଝି ପାର
ସୁନା  ନା ରୂପା ନା
ହୀରା ନା ଲୀଳା ନା
ମୋତି ନା ମାଣିକ?
କି ନେବ ସେ କି ନେବ
ସେ
ସହସା ପ୍ରଶ୍ନ କର......
ପ୍ରଶ୍ନ ହେଲା ହଜାରେ ବାର
ପ୍ରଶ୍ନ କଲେ ହାବିଲ୍ଦାର
କି ନେବୁରେ ଚୋର;
ସୁନା, ଲୀଳା, ମୋତି ମାଣିକ
କି ନେବୁରେ ଚୋର?
କିଛି ନାହିଁ କବି ତୁମ
ଭାବନା ଦିଅ ଧାର.....

No comments:

Post a Comment

Add comments here.........