Showing posts with label କବିତା. Show all posts
Showing posts with label କବିତା. Show all posts

Monday, 11 June 2018

ଚୋର

ରାତ୍ରି ହେଲା କବାଟ ଖୋଲା
ଘରେ ପଶିଛି ଚୋର
ଚୋର ତ ନୁହେଁ ଭାବନା ସବୁ
ଭାବନା ନୁହେଁ କବିତା ମାଳ‍ା
କବିତା ମାଳା, ଗୋଲାପ ମାଳା
ମଲ୍ଲୀମାଳା ଧର.......
ଘରେ ପଶିଛି ଚୋର
କି ନେବ ସେ କି ନେବ ରେ
ପଚାରି ବୁଝି ପାର
ସୁନା  ନା ରୂପା ନା
ହୀରା ନା ଲୀଳା ନା
ମୋତି ନା ମାଣିକ?
କି ନେବ ସେ କି ନେବ
ସେ
ସହସା ପ୍ରଶ୍ନ କର......
ପ୍ରଶ୍ନ ହେଲା ହଜାରେ ବାର
ପ୍ରଶ୍ନ କଲେ ହାବିଲ୍ଦାର
କି ନେବୁରେ ଚୋର;
ସୁନା, ଲୀଳା, ମୋତି ମାଣିକ
କି ନେବୁରେ ଚୋର?
କିଛି ନାହିଁ କବି ତୁମ
ଭାବନା ଦିଅ ଧାର.....

Thursday, 7 June 2018

ସମୟ

ସମୟ

smruti ranjan panigrahi

ସେଦିନ ଶ୍ରୀକୃଷ୍ଣ ଥିଲେ ପ୍ରଗଳ୍ଭ ସମୟ
ଅର୍ଜ୍ଜୁନ ବେଶରେ ଆମେ
ନଶ୍ୱର ଧରାର ଜୀବ;
ଜ୍ଞାନର ସ୍ୱରୂପ କଣ ଜଣା ପଡୁନାହିଁ
ଅନୁଭବ ହେଇପାରେ କିମ୍ବା ଆଉ କିଛି
ଅନୁଭୂତି ହୀନ ଆମେ ଲଭୁଛନ୍ତି କ୍ଷୟ...

ଜାତି ବିଚାର

ଜାତି ବିଚାର

smruti ranjan panigrahi

ରାମ କଣ ଆମର ହଜାରେ ବାରଶ ଖାଇଗଲେ 
ନା ହୁଜୁର,
ଆଉ ଆଲ୍ଲା?
ସେ ତ ନିଶ୍ଚଳ 
ତେବେ ଅପରାଧ କଣ ତାଙ୍କର-
କାହିଁକି ଭାଙ୍ଗିଲ ତାଙ୍କ ଘର 
ଦେଉଳିଆ କଲ ତାଙ୍କୁ ??
ଜବାବ ଦିଅ,
ଜବାବ ଆସିଲା ଇଏ ହିନ୍ଦୁ ଆଉ ସେ ମୁସଲମାନ 
ଭିନ୍ନ ଜାତି-
ଜମା ପଡୁନଥିଲା ସାର୍..........

Popular Post